ଜୋକର ମାଲଓ୍ଵାର ପ୍ରତି ସ୍ମାର୍ଟଫୋନ ବ୍ୟବହାରକାରୀ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ : ଜୋକର ମାଲଓ୍ଵାର ପ୍ରତି ସାବଧାନ। ସ୍ମାର୍ଟଫୋନ ବ୍ୟବହାରକାରୀ ସତର୍କ ନରହିଲେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ। ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଭାଇରସ ସଂକ୍ରମିତ ଆପ ଗୁଡିକୁ ହଟାଇ ଦିଆଯାଇଛି। ଯଦି କାହାରି ସ୍ମାର୍ଟଫୋନରେ ଭାଇରସ ସଂକ୍ରମିତ ଆପ ଡାଉନଲୋଡ ହୋଇଯାଇଥାଏ ତେବେ ତୁରନ୍ତ ଅନ ଇନଷ୍ଟଲ କରିଦିଅନ୍ତୁ।

ସ୍ମାର୍ଟଫୋନ ଗୁଡ଼ିକରେ ଇନଷ୍ଟଲ ହେଉଥିବା କେତେକ ନିର୍ଦ୍ଦିଷ୍ଟ ଆପ୍‌ ଏକ ନୂଆ ପ୍ରକାରର ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି। ଏହି ଭାଇରସକୁ କୁହାଯାଉଛି ଜୋକର ମାଲଓ୍ଵାର। ଏହା ଆପଗୁଡ଼ିକୁ ସଂକ୍ରମିତ କରି ମୋବାଇଲରେ ଥିବା ବ୍ୟାଙ୍କିଙ୍ଗ ଓ ପେମେଣ୍ଟ ଡାଟା ହାସଲ କରିନିଏ। ଗ୍ରାହକଙ୍କ ଅଗୋଚରରେ ବିଭିନ୍ନ ପେଡ୍‌ ସବସ୍କ୍ରିପସନକୁ ସବସ୍କ୍ରାଇବ କରିନିଏ। ଏହା ଫଳରେ ମାସକୁ ମାସ ଗ୍ରାହକଙ୍କ କ୍ରେଡିଟ କାର୍ଡରୁ ଟଙ୍କା କଟିଚାଲିଥାଏ।
ମିଳିଥିବା ସୂଚନା ହେଲା ଗୁଗୁଲ ପ୍ଲେ ଷ୍ଟୋରର ୨୪ଟି ଆପ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି। ଏସବୁ ଆପ ମଧ୍ୟରେ ରହିଛି ଆଡଭୋକେଟ ଓ୍ଵାଲପେପର,ଏଜଫେସ, ଅଲଟର ମେସେଜ, ଆଣ୍ଟିଭାଇରସ ସିକ୍ୟୁରିଟି-ସିକ୍ୟୁରିଟି ସ୍କାନ, ବିଚ କ୍ୟାମେରା, ବୋର୍ଡ ପିକଚର ଏଡିଟିଂ, କ୍ଲାଇମେଟ ଏସଏମଏସ, କୋଲେଟ ଫେସ ସ୍କାନର ଇତ୍ୟାଦି। ଏହି ଖବର ଜଣାପଡିବା ପରେ ଗୁଗୁଲ ପର୍ଯ୍ୟାୟକ୍ରମେ ଏସବୁ ଆପକୁ ପ୍ରତ୍ୟାହାର କରିନେଉଛି। ଭାରତ ସମେତ ୩୭ଟି ଦେଶରେ ସ୍ମାର୍ଟଫୋନ ଉପଭୋକ୍ତାମାନେ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ମତାମତ ଦିଅନ୍ତୁ ।