ଜୋମାଟୋ ଗଣିବ ଏକ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ : ଚେନ୍ନାଇସ୍ଥିତ ଜୋମାଟୋ ଅଫିସ ୧ଲକ୍ଷ ଟଙ୍କା ଜରିମାନା ଗଣିବ। ଖାଦ୍ୟ ତିଆରି ହେଉଥିବା ସ୍ଥାନ ଓ ଅଫିସର ଛାତ ଉପର ଅପରିଷ୍କାର କରିଥିବାରୁ ଗ୍ରେଟର ଚେନ୍ନାଇ କର୍ପୋରେସନର ପରିମଳ ବିଭାଗ ଏହି ଜରିମାନା ଲଗାଇଥିବା ନେଇ ସୂଚନା ମିଳିଛି। ପରିମଳ ବିଭାଗର କର୍ମଚାରୀ ହଠାତ୍‌ ଜୋମାଟୋ ଅଫିସରେ ପହଞ୍ଚି ଅଫିସ ଘରର ଛାତ ଉପରେ ଫୁଡ୍‌ ବ୍ୟାଗ୍‌ ପଡ଼ିଥିବା ଦେଖିଥିଲେ। ସେଥିରେ ବର୍ଷା ପାଣି ଜମି ରହିଥିଲା। ଯାହାଦ୍ୱାରା ଡେଙ୍ଗୁ ମଶା ଜନ୍ମ ହେବାର ଆଶଙ୍କା ଥିବାରୁ କର୍ମଚାରୀମାନେ ଜରିମାନା କରବା ସହିତ ତୁରନ୍ତ ସଫା କରିବାକୁ ଆଦେଶ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।