ଜୋମାଟୋ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଆପ୍‌ ଏଣିକି ଅତ୍ୟଧିକ ରିହାତି ଦେବେନି

ନୂଆଦିଲ୍ଲୀ : ଜୋମାଟୋ, ସ୍ୱିଗୀ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଓ ଡେଲିଭରୀ ଆପ୍‌ମାନେ ଏଣିକି ଆଉ ଅତ୍ୟଧିକ ରିହାତି ଦେବନି। ବିଭିନ୍ନ ରେସ୍ତୋରାଁ ସଂଘ ଓ ଫୁଡ ଆଗ୍ରିଗ୍ରେଟରମାନଙ୍କ ମଧ୍ୟରେ ଏନେଇ ସହମତି ହୋଇଛି ।
ସୂଚନାଯୋଗ୍ୟ ଜୋମାଟୋ ଓ ସ୍ୱିଗୀ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଓ ଡେଲିଭରୀ ଆପ୍‌ମାନେ ଖାଦ୍ୟ ଉପରେ ଅତ୍ୟଧିକ ରିହାତି ପ୍ରଦାନ କରୁଥିବାରୁ ପାରମ୍ପରିକ ରେସ୍ତୋରାଁ ଗୁଡିକର ବ୍ୟବସାୟ ପ୍ରଭାବିତ ହୋଇଛି। ଲୋକମାନେ ରେସ୍ତୋରାଁ ଯିବା ଅପେକ୍ଷା ଘରେ ବସି କମ ଦାମରେ ଖାଦ୍ୟ ଅର୍ଡର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ କ୍ଷତି ବଢୁଛି ବୋଲି ଜାତୀୟ ରେସ୍ତୋରାଁ ସଂଘର ସଭାପତି ରାହୁଲ ସିଂ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ୬ ଦିନରେ ସଂଘ ଅଧିନରେ ଆସୁଥିବା ପ୍ରାୟ ୧୮୦୦ରୁ ଅଧିକ ରେସ୍ତୋରାଁ ଅନଲାଇନ ଫୁଡ ଆଗ୍ରିଗ୍ରେଟର ଆପଗୁଡ଼ିକଠାରୁ ନିଜକୁ ଦୂରେଇ ରଖିଥିଲେ।

ମତାମତ ଦିଅନ୍ତୁ ।