ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଲୋଗୋ ଉନ୍ମୋଚନ

ଭୁବନେଶ୍ୱର: ପ୍ରବିତ୍ର ସୁନାବେଶ ଅବସରରେ ଭିଏସଏସ ନଗରେ “ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ”ର ଲୋଗୋ ଉନ୍ମୋଚନ କରାଯିବା ସହିତ ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି।

ପ୍ରଥମ କାର୍ଯ୍ୟକ୍ରମ ଭାବେ ବିଶ୍ଵ ପରିବେଶ ସୁରକ୍ଷା ପାଇଁ ୧୦୦୦ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ କରାଯିବା ସହ ବିଦ୍ୟାଳୟ ଖୋଲିଲେ ବସ୍ତି ଅଞ୍ଚଳରେ ବସବାସ କରୁଥିବା ପିଲାମାନଙ୍କୁ ମାଗଣା କୋଚିଂର ବ୍ୟବସ୍ଥା କରାଯିବ ବୋଲି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼ଃ ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା :- ରକ୍ତଦାନ ଶିବିର, ଅସହାୟଙ୍କୁ ସାହାଯ୍ୟ, ମହିଳା ସଶକ୍ତିକରଣ, ବସ୍ତି ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଟ୍ରଷ୍ଟର ସଂଯୋଜକ ଲୋକେଶ କୁମାର, ଦୀପକ ନଏକ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଯାଇଛି।

ମତାମତ ଦିଅନ୍ତୁ ।