ଜୟ ଶ୍ରୀରାମ ନକହିବାରୁ୧୫ବର୍ଷିୟ ବାଳକ ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଉତ୍ତର ପ୍ରଦେଶ : ଚନ୍ଦାଉଲି ଜିଲ୍ଲାରେ ଜଣେ ପନ୍ଦର ବର୍ଷିୟ ମୁସଲମାନ ବାଳକ ଜୟ ଶ୍ରୀରାମ ନ କହିବାରୁ ତା ଦେହରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପିଲାଟିର ଶରୀର ୬୦% ପୋଡ଼ି ଯାଇଛି। ଅବସ୍ଥା ସଙ୍କଟାପନ୍ନ।

ଡାକ୍ତରଖାନାରେ ପିଲାଟି ବୟାନ ଦେଇଛି ଯେ, ଜୟ ଶ୍ରୀରାମ ନ କହିବାରୁ ତାକୁ ପୋଡ଼ି ଦିଆଗଲା। ଦୁଧାରି ପୋଲ ଉପରେ ଚାଲି ଚାଲି ଯାଉଥିବା ବେଳେ ଚାରିଜଣ ଲୋକ ଅପହରଣ କରିନେଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ହାତ ବାନ୍ଧି ପକାଇଲେ। ତୃତୀୟ ଜଣକ ଦେହରେ କିରାସିନି ଢାଳି ନିଆଁ ଲଗାଇବ ପରେ ଡିଆଁମାରି ପଳାଇ ଗଲେ। କିନ୍ତୁ ପୋଲିସ କହୁଛି ପିଲାଟିର ବୟାନରେ ତାଳମେଳ ରହୁନଥିବାରୁ ମାମଲାକୁ ସନ୍ଦେହଜନକ ବୋଲି ବିଚାର କରୁଛି।

ମତାମତ ଦିଅନ୍ତୁ ।