ଝାରସୁଗୁଡା : ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ, ୭ ଆହତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲହଣ୍ଡା ବୁଡ଼ର ଠାକୁର ପ୍ରସାଦ ସାଓ ଲିଃ) ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାର ବ୍ଲାଷ୍ଟ ଫରନେସ ଫର୍ନିସ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଖବର ଅନୁଆଞ୍ଜୟୀ ବ୍ଲାଷ୍ଟ ଫରନେସରୁ ଉତ୍ତପ୍ତ ତରଳ ଲୁହା ସ୍ଥାନାନ୍ତର ବେଳେ ଫରନେସ ଲିକ ହୋଇ ବିସ୍ଫୋରଣ ଘଟିଥିଲା। ଉତ୍ତପ୍ତ ତରଳ ଲୁହା ଦେହରେ ପଡିବାରୁ ସମସ୍ତେ ଆହତ ହୋଇଛନ୍ତି। ତେବେ କିନ୍ତୁ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି।

ମତାମତ ଦିଅନ୍ତୁ ।