ଟଙ୍କା ପାଇଁ ହତାହାତି ହେଲେ ହୋମଗାର୍ଡ ଓ ପିଆରଡି

ନୂଆଦିଲ୍ଲୀ : ପୋଲିସକୁ ନେଇ ଲୋକଙ୍କ ମନରେ ଭିନ୍ନ ଧାରଣା ରହିଥିବା ବେଳେ ଟଙ୍କା ପାଇଁ ହୋମଗାର୍ଡ ଓ ପିଆରଡି (ପ୍ରାନ୍ତୀୟ ରକ୍ଷକ ଦଳ)ଙ୍କ ହତାହତି ଏବେ ସାଧାରଣରେ ଚର୍ଚାର ବିଷୟ ହୋଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ବାଗପତ ଜିଲ୍ଲାର ବଡ଼ୌତ ଥାନା ଇଲାକାରେ। ଏହି ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖବର ଅନୁଯାୟୀ ବଡ଼ୌତ ଥାନା ଇଲାକାରେ ଥିବା ଏକ ପୋଲିସ ଦୁଇ କର୍ମଚାରୀଙ୍କ ମଧ୍ୟରେ ଟଙ୍କାକୁ ନେଇ ବିବାଦ ରହିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ସଡ଼କ ମଝିରେ ଧକ୍କା ମରାମରି ସହିତ ପରସ୍ପରକୁ ଲାତ ଗୋଇଠା ମାରିଥିଲେ। ଏହାକୁ ଦେଖିବା ପାଇଁ ଭିଡ଼ ଜମିବାରେ ଲାଗିଥିଲା। ଭିଡ଼ ଭିତରେ କେହି ପୂରା ଘଟଣାକୁ କ୍ୟାମେରାରେ କଏଦ କରି ସାମାଜିକ ଗଣାମାଧ୍ୟମରେ ଭାଇରାଲ କରିଦେଲେ। ଏହି ଭିଡ଼ିଓଟି ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖୁଥିବା ଲୋକେ ପୋଲିସର ଏଭଳି କାର୍ଯ୍ୟକଳାପକୁ ନାପସନ୍ଦ କରୁଛନ୍ତି।

ମତାମତ ଦିଅନ୍ତୁ ।