ଟିକଟକ ଷ୍ଟାର ସୋନାଲିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ହରିଆଣାରେ ବିଜେପି ଟିକେଟରେ ଲଢ଼ି ପରାସ୍ତ ହୋଇଥିବା ଟିକ୍‌ଟକ ଷ୍ଟାର ସୋନାଲି ଫୋଗାଟ ଆଜି ତାଙ୍କ ଭଉଣୀ ଓ ଭିଣୋଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେମାନେ ତାଙ୍କୁ କୁଆଡ଼େ ମାରିଦେବାକୁ ଚେଷ୍ଟା କରୁଥିବା ପୋଲିସ ନିକଟରେ ଫେରାଦ ହୋଇଛନ୍ତି।

ପୋଲିସ ଅଭିଯୋଗ ଆଧାରରେ ସୋନାଲିଙ୍କ ଭଉଣୀ ରୁକେଶ ଓ ଭିଣୋଇ ଅମନ ପୁନିୟାଙ୍କ ବିରୋଧରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ସୋନାଲି ଦର୍ଶାଇଛନ୍ତି ମଙ୍ଗଳବାର ଦିନ ସେ ଭୁତାନା କଲାନ ଯାଇଥିଲେ। ସେଠାରେ ତାଙ୍କ ଦଳର କର୍ମୀମାନେ ତାଙ୍କୁ ବିପୁଳ ସଂଖ୍ୟାରେ ସାକ୍ଷାତ କରିଥିଲେ। ଏହି ସମୟରେ ତାଙ୍କ ଭଉଣୀ ଓ ଭିଣୋଇ ମଧ୍ୟ ତାଙ୍କୁ ଭେଟିଥିଲେ। ତେବେ କିଛି ସମୟ ପରେ ୩ ଜଣଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା। ଏହାପରେ ସେମାନେ ସୋନାଲିକୁ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ମତାମତ ଦିଅନ୍ତୁ ।