ଟିକ୍‌ଟକ୍‌ର ବିକଳ୍ପ ହେଲା ସ୍ୱଦେଶୀ ଆପ ଚିଙ୍ଗାରୀ

ନୂଆଦିଲ୍ଲୀ; ଚୀନ ଓ ଭାରତ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ଏବେ ଗୁରୁତର ରୁପ ଧାରଣ କରିବାରେ ଲାଗିଛି । ଭାରତ ସରକାର ଚୀନକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରିବା ଲାଗି ପଦକ୍ଷେପମାନ ନେଉଥିବାବେଳେ ସୋମବାର ଚୀନର ୫୯ ଆପକୁ ବ୍ୟାନ କରିଛନ୍ତି । ଫଳରେ ଏସବୁର ବିକଳ୍ପ ଖୋଜା ଆରମ୍ଭ ହୋଇଯାଇଥିଲା । ଏହିସମୟରେ ସମସ୍ତଙ୍କ ନଜର ପଡ଼ିଥିଲା ସ୍ୱଦେଶୀ ଆପ୍ ଚିଙ୍ଗାରି ଉପରେ । ଚିଙ୍ଗାରି ଟିକ୍‌ଟକ୍ ଭଳି ସର୍ଟ ଭିଡିଓ ସେୟାରିଂ ଆପ ହୋଇଥିବାବେଳେ ଗତ ୭୨ ଘଂଟା ଭିତରେ ୫ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିସାରିଲେଣି । ଏହାର ନିର୍ମାତା ନିଜର ବୟାନରେ କହିଛନ୍ତି । ଭାରତ ନିର୍ମିତ ଆପ ଗୁଡ଼ିକ ଲଗାତାର ଲୋକପ୍ରିୟ ହେବାରେ ଲାଗିଥିବାବେଳେ ଭାରତୀୟମାନେ ଚାଇନିଜ୍ ସୋସିଆଲ ଆପ ଗୁଡ଼ିକୁ ବୟକଟ୍ କରିବାରେ ଲାଗିଛନ୍ତି । ଚିଙ୍ଗାରି ଆପର ରିଭ୍ୟୁ ୪.୭ ରହିଥିବାବେଳେ ଏହାର ସାଇଜ ମଧ୍ୟ ୩୧ ଏମ୍‌ବି ରହିଛି । ତେଣୁ ଲୋକମାନେ ଏହାକୁ ପ୍ରବଳମାତ୍ରାରେ ଡାଉନଲୋଡ କରିବାରେ ଲାଗିଛନ୍ତି ।
ଏହିସବୁ ଆପ ବ୍ୟାନ ହେବା ଫଳରେ ସେଥିରେ କାମ କରୁଥିବା ୧୦ରୁ ୧୨ ହଜାର ଲୋକଙ୍କ ଚାକିରି ଚାଲିଯିବାର ସମ୍ଭାବନା ରହିଛି । ତେବେ ସରକାର କହିଛନ୍ତି ଭାରତୀୟ ଡେଭଲପର୍ସଙ୍କ ପାଇଁ ଆତ୍ମନିର୍ଭର ହେବାର ସୁବର୍ଣ୍ଣ ସୁଯୋଗ । ତେଣୁ ସେମାନେ ଆଗକୁ ଆସିବାକୁ ସରକାର ଅନୁରୋଧ କରିଛନ୍ତି ।

ମତାମତ ଦିଅନ୍ତୁ ।