ଟିକ୍‌ଟକ୍‌: ଭାରତରୁ ୧୦୦କୋଟି ଆୟ ଆଶା ଧୂଳିସାତ୍

ନୂଆଦିଲ୍ଲୀ: ଭାରତ ସରକାର ଲୋକପ୍ରିୟ ଚୀନ୍ ଆପ ଟିକ୍‌ଟକ୍ ସମେତ ୫୯ ଆପ୍‌କୁ ବ୍ୟାନ୍ କରିବା ପରେ ସେମାନଙ୍କ କାରବାର ବହୁଳମାତ୍ରାରେ ପ୍ରଭାବିତ ହୋଇଛି । କେବଳ ଟିକ୍‌ଟକ୍‌ର ଭାରତରେ ୩୦ ପ୍ରତିଶତ ବ୍ୟବହାରକାରୀ ଥିବାବେଳେ ଏହାର ଆୟର ୧୦ପ୍ରତିଶତ ଭାରତରୁ ଯାଇଥାଏ । ବ୍ୟାନ ହେବାର ପୂର୍ବରୁ ଭାରତରେ ୨୦ କୋଟି ଲୋକ ଟିକ୍‌ଟକ୍‌କୁ ସବ୍‌ସ୍କ୍ରାଇବ୍ କରିଥିଲେ । ତେବେ ଚୀନ ଆପ୍ ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟଡାନ୍ସର ମାର୍କେଟ କ୍ୟାପ ୧୧୦ ଆରବ ଡଲାର ଭାରତୀୟ ମୁଦ୍ରାରେ ପାଖାପାଖି(୮ଲକ୍ଷ ୩୦ହଜାର ୫୪୭ କୋଟି ଟଙ୍କା) । ୨୦୧୯ର ପ୍ରଥମ ତ୍ରୟମାସିକ ରିପୋର୍ଟ ଅନୁସାରେ ଟିକ୍‌ଟକ୍ ଭାରତରୁ ୨୫ କୋଟି ଟଙ୍କା ଆୟ କରିସାରିଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ୧୦୦ କୋଟି ଆୟ କରିବାକୁ ଲକ୍ଷ ରଖିଥିଲା । ତେବେ ଭାରତ ସରକାର ଏହା ଉପରେ ବ୍ୟାନ ଲଗାଇବା ଫଳରେ ଏବେ ପ୍ରବଳ କ୍ଷତି ହୋଇଛି । କେବଳ ଏତିକି ନୁହେଁ ବାଇଟଡାନ୍ସ କମ୍ପାନୀ ଭାରତରେ ୭୫୫୦କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରିଥିବାବେଳେ ନିଜର କର୍ମଚାରୀଙ୍କ ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରଖିଥିଲା । ହେଲେ କମ୍ପାନୀର ସବୁ ଆଶାକୁ ମଉଳାଇ ଦେଇଛି ଭାରତ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍ ।

ମତାମତ ଦିଅନ୍ତୁ ।