ଟି-ଶର୍ଟ ପିନ୍ଧି ଆସିବାରୁ ବିଧାନସଭାରୁ ବିଦାହେଲେ ବିଧାୟକ

0

ଗାନ୍ଧିନଗର : ଗୁଜରାଟର କଂଗ୍ରେସ ବିଧାୟକ ବିମଳ ଚୁଦାସାମା ବିଧାନସଭାକୁ ଟି-ଶର୍ଟ ପିନ୍ଧି ଆସିବାରୁ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ତୀବ୍ର ଅସନ୍ତୋଷ କରିଥିଲେ। ପରେ ତାଙ୍କୁ ଜୋରଜବରଦସ୍ତି ଗୃହକୁ ବିଦା କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗୃହ କାର୍ଯ୍ୟବେଳେ ବିଧାନସଭାକୁ ଟି-ଶର୍ଟ ପିନ୍ଧି ନ ଆସିବାକୁ ବାଚସ୍ପତି ତ୍ରିବେଦୀ ପରାମର୍ଶ ଦେଇଥିଲେ। କିନ୍ତୁ ଏହାକୁ ଜୋରଦାର ବିରୋଧ କରିଥିଲା କଂଗ୍ରେସ। ଗୃହ କାର୍ଯ୍ୟରେ ଭାଗ ନେବାକୁ କୌଣସି ଡ୍ରେସର ପ୍ରାବଧାନ ନଥିବା ବେଳେ କାହିଁକି ବାଚସ୍ପତି ଏପରି କହୁଛନ୍ତି ବୋଲି କଂଗ୍ରେସ ବିଧାୟକମାନେ ପ୍ରଶ୍ନ କରିବା ସହିତ ଗୃହରେ ନାରାବାଜି କରିଥିଲେ।

ଗତ ସପ୍ତାହରେ ବିଧାୟକ ବିମଳ ଗୃହକୁ ଟି-ଶର୍ଟ ପିନ୍ଧି ଆସିଥିବାରୁ ବାଚସ୍ପତି ତ୍ରିବେଦ ନାପସନ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଉପରେ ଧ୍ୟାନ ଦେବାକୁ କହିଥିଲେ। ଆଉ କହିଥିଲେ ବିଧାୟକମାନେ ଶର୍ଟ କିମ୍ବା କୁର୍ତ୍ତା ପିନ୍ଧି ଗୃହକୁ ଆସିଲେ ଏହାର ମର୍ଯ୍ୟାଦା ରହିବ ଓ ଡେକୋରମ ମେଣ୍ଟେନ ହୋଇପାରିବ। କିନ୍ତୁ ଆଜି ବିମଳ ପୁଣିଥରେ ଟି-ଶର୍ଟ ପିନ୍ଧି ଗୃହକୁ ଆସିଥିବାରୁ ବାଚସ୍ପତି ତାଙ୍କୁ ପୂର୍ବ କଥା ମନେ ପକାଇବା ସହ ଶର୍ଟ, କୁର୍ତ୍ତା କିମ୍ବା ବ୍ଲେଜର ପିନ୍ଧି ଆସିବାକୁ କହିଥିଲେ। ଏହାକୁ ବିରୋଧ କରି ବିମଳ ଯୁକ୍ତିତର୍କ କରିଥିଲେ।

ସେ କହିଥିଲେ ଏଭଳି ଟି-ଶର୍ଟରେ କୌଣସି ସମସ୍ୟା ନାହିଁ। ଏହି ପୋଷାକରେ ସେ ନିର୍ବାଚନ ପାଇଁ ପ୍ରଚାର କରି ବିଜୟୀ ହୋଇଛନ୍ତି। ମୁଁ ଭୋଟରଙ୍କୁ ଟି-ଶର୍ଟ ପିନ୍ଧି ଭୋଟ ମାଗିଥିଲି। ଏହି ଟି-ଶର୍ଟକୁ ମୋତେ ମୋ ଭୋଟରମାନେ ପ୍ରମାଣପତ୍ର ଆକାରରେ ଦେଇଛନ୍ତି। ଆପଣ ମୋ ଭୋଟରଙ୍କୁ ଅସମ୍ମାନ କରୁଛନ୍ତି ବୋଲି ସେ କହିଥିଲେ।

ଏହାଶୁଣି ବାଚସ୍ପତି ବିରକ୍ତ ପ୍ରକାଶ କରିବା ସହିତ ବିଧାୟକଙ୍କୁ ଗୃହରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ସେ ଗୃହରୁ ନ ଯିବାରୁ ୩ରୁ ୪ ଜଣ ମାର୍ଶଲ ତାଙ୍କୁ ଜୋରଜବରଦସ୍ତି ଗୃହରୁ ତଡ଼ି ଦେଇଥିଲେ। ଗୃହରୁ ତଡ଼ା ଖାଇବା ପରେ ବିଜେପି ମନ୍ତ୍ରୀ ପ୍ରଦୀପସିହ୍ନା ଜାଡେଜା ବାଚସ୍ପତିଙ୍କ ସହ ଯୁକ୍ତିତର୍କ କରିଥିବାରୁ ବିଧାୟକ ବିମଳଙ୍କୁ ୩ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରିବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ।

Leave A Reply

Your email address will not be published.