ଟୁଇନ୍‌ ସିଟିରେ ଗଣେଶ ପୂଜା ବନ୍ଦ

ଭୁବନେଶ୍ୱର : ଚଳିତବର୍ଷ କଟକ-ଭୁବନେଶ୍ଵର ସହରରେ ଗଣେଶ ପୂଜାକୁ ସମ୍ପ୍ରଦାୟ ସ୍ତରରେ ପାଳନ କରିବା ପାଇଁ ପୂଜା ମଣ୍ଡପମାନଙ୍କୁ ଅନୁମତି ମିଳିବ ନାହିଁ। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି କମିସନ୍‌ରେଟ ପୋଲିସ ପୂଜା ଉପରେ ପ୍ରତିବନ୍ଧକ ଲଗାଇଛି। ଆଉ କୁହାଯାଇଛି କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ହ୍ରାସ ପାଇଁ ଏଭଳି ନିଷ୍ପତ୍ତି ନିଆଯାଉଛି। ତେଣୁ ସହଯୋଗ କରିବାକୁ କମିସନ୍‌ରେଟ ପୋଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ମତାମତ ଦିଅନ୍ତୁ ।