ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ଆଜି ଭୁବନେଶ୍ଵର ମହା ନଗର ନିଗମ ସିଲ୍ କରିଛି। ତିନିଦିନ ଭିତରେ ଏହି ଅଫିସ୍‌ର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହାଛଡା ସମସ୍ତ କର୍ମଚାରୀଙ୍କୁ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଟେକ୍ ମହିନ୍ଦ୍ରାର ୬୭ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

ମତାମତ ଦିଅନ୍ତୁ ।