ଟେଲି ଅଭିନେତ୍ରୀ ଅଦିତି ଗୁପ୍ତା କରୋନା ପଜିଟିଭ୍

ମୁମ୍ବାଇ: ଟିଭି ଅଭିନେତ୍ରୀ ଅଦିତି ଗୁପ୍ତା ଚୋପ୍ରା କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହାର ସୂଚନା ସେ ନିଜେ ଦେଇଛନ୍ତି ଏବଂ ଏହି ସମୟ ସେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି। ଅଦିତି ଗୁପ୍ତା ସିରିୟଲ୍ ‘ଇସ୍କବାଜ’ରେ ନଜର ଆସିଥିଲେ। 

ସେ କହିଛନ୍ତି ଯେତେବେଳେ ତାଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କୁ କରୋନା ହୋଇଛି ସେତେବେଳେ ସେ ନିଜକୁ କ୍ବାରେଣ୍ଟାଇନ୍ କରି ଆଇସୋଲେଟ୍ କରିଥିଲେ। କିନ୍ତୁ ତାଙ୍କଠାରେ କୌଣସି କରୋନାର ଲକ୍ଷଣ ଦେଖାଯାଇନଥିଲା। ଅଦିତି ଆହୁରି କହିଛନ୍ତି ଯେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି କିନ୍ତୁ ଲକ୍ଷଣ ନାହିଁ। ସେ ନିଜକୁ କ୍ବାରେଣ୍ଟାଇନ୍ କରି ନେଇଛନ୍ତି। ୭-୮ଦିନ ହେବ ସେ ନିଜକୁ ଗୋଟିଏ ରୁମରେ ବନ୍ଦୀ କରି ରଖିଛନ୍ତି।

ଅଦିତି କହିଛନ୍ତି ଯେ ତାଙ୍କ ବନ୍ଧୁ,ସ୍ବାମୀ ଏବଂ ପରିବାର ଲୋକେ ସାହାଯ୍ୟ କରୁଛନ୍ତି। ଧୀରେ ଧୀରେ ସେ ଭଲ ଅନୁଭବ କରୁଛନ୍ତି। ଡାଇଟର ଧ୍ୟାନ ରଖିବା ସହ ସେ ଠିକଭାବେ ଔଷଧ ନେଉଛନ୍ତି। ଆଗାମୀ ୧୦ଦିନ ସେ କ୍ବାରେଣ୍ଟାଇନରେ ରହିବେ।

ମତାମତ ଦିଅନ୍ତୁ ।