ଟେଲି ଅଭିନେତ୍ରୀ ମୋହିନା କୁମାରୀ ଗୁରୁ ସତପାଲ ମହାରାଜଙ୍କ ବୋହୂ

ନୂଆଦିଲ୍ଲୀ : ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ ମୋହିନା କୁମାରୀ ସିଂହ ଆଜି ବିବାହ ବନ୍ଧନରେ ଆବନ୍ଧ ହେବାକୁ ଯାଉଛନ୍ତି। ସେ ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ତଥା ଆଧ୍ୟାତ୍ମିକ ଗୁରୁ ସତପାଲ ମହାରାଜଙ୍କ ସାନ ପୁଅ ସୁୟଶଙ୍କୁ ବିବାହ କରିବେ। ଏହି ବିବାହ ଉତ୍ତରାଖଣ୍ଡର ହରିଦ୍ଵାରରେ ହେବ। ମଧ୍ୟପ୍ରଦେଶର ରେୱାର ମହାରାଜା ପୁଷ୍ପରାଜ ସିଂହ ଜୁଦେବଙ୍କ ଝିଅ ମୋହିନା ସତପାଲ ମହାରାଜଙ୍କ ଘରର ବୋହୂ ହେବେ। ରେଓ୍ବାର ରାଜକୁମାରୀ ହୋଇଥିଲେ ମଧ୍ୟ ମୋହନା ତାଙ୍କର ପରିଚୟ ଲୁଚାଇକି ରଖିଥିଲେ।

ମୋହିନା ରିଏଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରି ସିରିୟଲର ମେଲ ଲିଡ୍ କାର୍ତିକଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହାଛଡା ରେମୋ ଡିସୁଜାଙ୍କ ‘ଏବିସିଡି ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି।

ମତାମତ ଦିଅନ୍ତୁ ।