ଟ୍ରକ୍‌ ଧକ୍କାରେ ୨ ବାଇକ୍‌ ଅରୋହୀ ମୃତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଜରପଡ଼ା ରେଲଓ୍ଵ ବ୍ରିଜ ବୁଲାଣିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଜଣଙ୍କ ଜୀବନ ଯାଇଛି। ଆଜି ଏହି ଦୁର୍ଘଟଣା ଘଟିଥିଲେ ହେଁ ମୃତ ବାଇକ ଆରୋହୀଙ୍କ ପରିଚୟ ଜଣାପଡ଼ି ନାହିଁ।

ଖବର ଅନୁଯାୟୀ ଶନିବାର ଆଜି ଅପରାହ୍ନରେ ଜରପଡ଼ାରୁ ଛେଣ୍ଡିପଦା ଆଡକୁ ଏକ ଟ୍ରକ ଯାଉଥିଲା। ବିପରୀତ ଦିଗରୁ ଆସୁଥିବା ବାଇକ ସହିତ ଜରପଡା ରେଲୱେ ପୋଲ ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଚାଳକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଫେରାର ହୋଇଯାଇଛି। ଜରପଡା ପୋଲିସ ମୃତଦେହ ଉଦ୍ଧାର କରି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି।

ମତାମତ ଦିଅନ୍ତୁ ।