ଟ୍ରକ୍-ଟ୍ରାଭେଲର ଧକ୍କା, ଦୁଇ ମୃତ

ଭୁବନେଶ୍ଵର : କେନ୍ଦୁଝର ଜିଲ୍ଲାର ଆନନ୍ଦପୁରର ବୀରଗୋବିନ୍ଦପୁର ନିକଟସ୍ଥ ଜାତୀୟ ରାଜପଥ-୨୦ରେ ଟ୍ରକ୍ ସହ ଟ୍ରାଭେଲର ଗାଡ଼ି ଧକ୍କାଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ୬ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ମଧ୍ୟପ୍ରଦେଶର ଗୁନା ଅଞ୍ଚଳରରେ ବୋଲି ଜଣାପଡ଼ିଛି।

ଏହି ଗାଡ଼ିରେ ଥିବା ୧୧ ଜଣ ଯାତ୍ରୀ ଗୟାରେ ପିଣ୍ଡଦାନ କରି ଘରକୁ ଫେରୁଥିଲେ। ଗତକାଲି ରାତିରେ ବୀରଗୋବିନ୍ଦପୁର ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହବାରୁ ଘଟଣାସ୍ଥଳରେ ମହେଶ ଓ ମୋତିଙ୍କର ମୃତ୍ୟୁ ଘଟିଥିଲା। ୬ ଜଣ ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କର କିଛି ହୋଇନାହିଁ।

ମତାମତ ଦିଅନ୍ତୁ ।