ଡାକ୍ତର ଓ ନର୍ସଙ୍କୁ ଇଣ୍ଡିଗୋ ଦେବ ୨୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ : କୋଭିଡ୍‌-୧୯ ଭାଇରସ ବିରୋଧୀ ଲଢ଼େଇରେ ସମ୍ମୁଖ ଭାଗରେ ଥିବା ଦେଶର ଡାକ୍ତର ଓ ନର୍ସମାନଙ୍କୁ ବିମାନ ଯାତ୍ରାରେ ଇଣ୍ଡିଗୋ ଦେବ ପ୍ରତିଶତର ରିହାତି। ଏହି ଯୋଜନା ୨୦୨୦ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି।

ଇଣ୍ଡିଗୋ ଏୟାରଲାଇନ୍‌ସ ପକ୍ଷରୁ କୁହାଯାଇଛି ନର୍ସ ଓ ଡାକ୍ତରମାନେ ସେମାନଙ୍କ ପରିଚୟର ପ୍ରମାଣ ସ୍ୱରୂପ ନିଜ ହସ୍ପିଟାଲ ଆଇଡେଣ୍ଟି କାର୍ଡ ଚେକ୍‌-ଇନ୍‌ ସମୟରେ ଦେଖାଇବାକୁ ହେବ। ଇଣ୍ଡିଗୋ ୱେବସାଇଟ୍‌ ମାଧ୍ୟମରେ ଯାତ୍ରା ଟିକେଟ ବୁକିଂ କରିବା ସମୟରେ ଜୁଲାଇ ୧ରୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ଯାତ୍ରା ପାଇଁ ଦେଶର ନର୍ସ ଓ ଡାକ୍ତରମାନଙ୍କୁ ଏହି ସୁବିଧା ଉପଲବ୍ଧ ହେବ।

ମତାମତ ଦିଅନ୍ତୁ ।