ଡାନ୍ସ ବାର ଉପରେ ଚଢଉ, ୧୦ ଯୁବତୀ ଉଦ୍ଧାର, ୨୨ ଗିରଫ

ନୂଆଦିଲ୍ଲୀ : ମୁମ୍ବାଇ ଇଷ୍ଟ ମାଲାଡର ଏକ ଡାନ୍ସ ବାର ଉପରେ ପୋଲିସର ନାରକୋଟିକ୍ସ ସେଲ ଚଢଉ କରିଛି। ଡ୍ୟାନ୍ସ ଫ୍ଲୋରରେ ନୃତ୍ୟ କରୁଥିବା ୧୦ ବାର ଗାର୍ଲଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାରର ପରିଚାଳକ, କର୍ମଚାରୀ ଓ ଗ୍ରାକଙ୍କୁ ମିଶାଇ ୨୨ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇପିସିର ଅଶ୍ଳିଳତା ନିରୋଧୀ ଧାରା  ୨୯୪, ୧୧୪ ଓ ୩୪ରେ ମୋକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ପୂର୍ବ ମଲାଡସ୍ଥିତ ଲକ୍ଷ୍ମୀନାରାୟଣ ସପିଂ ସେଣ୍ଟରସ୍ଥିତ କାକା ବାର ଏଣ୍ଡ ରେସ୍ତୋରାଁ ଉପରେ ଏହି ଚଢଉ ହୋଇଥିଲା। ଏଠାକୁ ପ୍ରାୟତଃ ଅପରାଧୀ ଶ୍ରେଣୀୟ ଲୋକେ ଯା’ଆସ ହେଉଥିବାରୁ ପୂର୍ବରୁ ପୋଲିସ ନିକଟରେ ସୂଚନା ଥିଲା।

ମତାମତ ଦିଅନ୍ତୁ ।