ଡାଲମିଆଁ ଚୂନପଥର ଖଣିରେ ତାଲା ପକାଇଲେ ଗ୍ରାମବାସୀ

ଭୁବନେଶ୍ଵର : ସୁନ୍ଦରଗଡ଼ କୁତ୍ରା ବ୍ଲକ ଅନ୍ତର୍ଗତ ଡାଲମିଆଁ ଭାରତ ଚୂନପଥର ଖଣିରେ ଆଜି ୫ଟି ଗ୍ରାମର ଲୋକେ ତାଲା ପକାଇଛନ୍ତି। ନିଯୁକ୍ତି ସମେତ ବିଭିନ୍ନ ଦାବି ନେଇ ସେମାନେ ଏପରି କରିଥିବା ଜଣାପଡିଛି।

ଲୋକେ ଅଭିଯୋଗ କରିଛନ୍ତି ଯେ, ଖଣି ଅଞ୍ଚଳରେ ବ୍ଲାଷ୍ଟିଂ ଯୋଗୁଁ ଘରକାନ୍ଥ ଫାଟି ଯାଉଛି। ଗଭୀର ଖଣି ଖନନ ପାଇଁ ଜଳସ୍ତର ହ୍ରାସ ପାଉଥିବା ବେଳେ କନଭେୟର ବେଲଟ୍‌ ଚାଲିଲେ ପିଲାମାନଙ୍କର ପାଠପଢ଼ା ପ୍ରଭାବିତ ହେଉଛି। ଶବ୍ଦ ଯୋଗୁଁ ଲୋକେ ରାତିରେ ଶୋଇ ପାରୁନାହାନ୍ତି। ମାତ୍ରାଧିକ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଏଠାରେ ରୋଗରେ କାରଣ ହୋଇଛି।

ଖଣିରେ ତାଲା ପଡ଼ିବା ଖବର ପାଇ ସୁନ୍ଦରଗଡ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି। ଗଣ୍ଡଗୋଳ ଆଶଙ୍କାରେ ସେଠାରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।