Breaking Newsଅପରାଧ
ଡାଲି ପାଇଁ ଆତ୍ମହତ୍ୟା କଲେ ବାପ-ପୁଅ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଜୁଟାଗାଁରେ ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା। ମଧ୍ୟାହ୍ନ ଭୋଜନ ବେଳେ ଦୀନବନ୍ଧୁ ଦାସଙ୍କ ସହିତ ପୁଅ ହନୁମାନଙ୍କ ଡାଲି ପାଇଁ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ କୀଟନାଶକ ପିଇ ଦେଇଥିଲେ ପୁଅ ହନୁମାନ। ପୁଅକୁ ଦେଖି ବାପା ଦୀନବନ୍ଧୁ ବି ସେଇ ବିଷରୁ ଅଧା ପିଇ ଦେଇଥିଲେ। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।