ଡେମଚୋକ ସେକ୍ଟରକୁ ଚୀନକୁ ପ୍ରବେଶ କରାଇ ନାହିଁ : ରାୱତ

ନୂଆଦିଲ୍ଲୀ : ଲଦାଖର ଡେମଚୋକ ସେକ୍ଟରକୁ ଚୀନକୁ ପ୍ରବେଶ କରାଇ ଦିଅନାହିଁ । ଏହି ନିର୍ଦ୍ଦେଶ ଦେଇଛନ୍ତି ଆର୍ମି ମୁଖ୍ୟ ବିପିନ ରାୱତ। ଚୀନ ଲୋକମାନେ ବିନା ଅନୁମତିରେ ପ୍ରବେଶ କରୁଥିବାରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

 ଜୁଲାଇ ୬ ତାରିଖରେ ଚୀନ କିଛି ଲୋକମାନେ ଦଲାଇନାମାଙ୍କ ଜନ୍ମ ଉତ୍ସବରେ ନିର୍ଦ୍ଧାରିତ ସୀମା ଅତିକ୍ରମ କରି ତିବତି ପତାକା ଉତ୍ତୋଳନ କରୁଥିଲେ। ନିଜର ବାସ୍ତବ ସୀମା ଜାଣିବା ପାଇଁ ଚୀନ ଭାରତକୁ ପ୍ରବେଶ କରୁଛି। ତେଣୁ ସେମାନଙ୍କ ଠାରୁ ଆମକୁ ସତର୍କ ରହିବ ଆବଶ୍ୟକ ବୋଲି ଆର୍ମି ମୁଖ୍ୟ ରାୱତ କହିଛନ୍ତି।

ପର୍ବପର୍ବାଣୀ ପାଳନ କରିବା ପାଇଁ ଚୀନ ଲୋକମାନେ ଡେମଚୋକ ସେକ୍ଟରେ ଆଡ଼ା ଜମାଉଛନ୍ତି। ଅନେକ ସମୟରେ ଭାରତର ସୀମା ଭିତରକୁ ପ୍ରବେଶକରି ଗତିବିଧି ଉପରେ ଲକ୍ଷ୍ୟ କରୁଛନ୍ତି। ଯେହେତୁ ୨୦୧୭ରୁ  ଭାରତ ଓ ଚୀନ ମଧ୍ୟରେ ଶତ୍ରୁତା ଲାଗି ରହିଛି। ସେଥିପାଇଁ ଭାରତ ଏମାନଙ୍କୁ ବିଶ୍ଵାସ କରିବା ଠିକ ନୁହେଁ ବୋଲି କହିଛନ୍ତି ଆର୍ମି ମୁଖ୍ୟ ବିପିନ ରାୱତ।

ମତାମତ ଦିଅନ୍ତୁ ।