ଡ୍ରୋନରେ ବନ୍ଧୁକ ପଠାଉଛି ପାକିସ୍ତାନ, ଯାଂଚ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ: ପାକିସ୍ତାନ ଲଗାତାର ଭାରତ ବିରୋଧରେ ତାର ଆତଙ୍କୀ ଗତିବିଧି ଜାରି ରଖିଛି । ତାଜା ଘଟଣାକ୍ରମରେ ବିଏସ୍‌ଏଫ୍‌, ସୀମା ସୁରକ୍ଷାବଳ ଓ ଜାମ୍ମୁ କାଶ୍ମୀର ପୋଲିସ ଗୃହମନ୍ତ୍ରଳାୟକୁ ଏକ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପଟୁ ଜୈସ-ଏ-ମହମ୍ମଦର ଆତଙ୍କବାଦୀ, ଆଇଏସ୍‌ଆଇ ଓ ପାକିସ୍ତାନର ରେଞ୍ଜର୍ସମାନେ ଡ୍ରୋନ୍ ଜରିଆରେ ଭାରତକୁ ସ୍ନାଇପର୍ ଗନ ପଠାଉଥିବା ଉଲ୍ଲେଖ ରହିଛି । ରିପୋର୍ଟରେ ବିସ୍ତୃତଭାବେ ଉଲ୍ଲେଖ କରାଯାଇଛି କି ପାକିସ୍ତାନ ଭାରତରେ ଥିବା ଆତଙ୍କବାଦୀଙ୍କୁ ସ୍ନାଇପର ଗନ୍ ପଠାଇ ଏଠାରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଛି । ଏଥିରେ ଆମେରିକା ନିର୍ମିତ ଏମ୍‌୪ ସ୍ନାଇପର୍ ଗନ୍ ରହିଛି ଯାହା ପାକିସ୍ତାନର ଆର୍ମି ବ୍ୟବହାର କରିଥାଏ । ଗୃହ ମନ୍ତ୍ରଣାଳୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିବାବେଳେ ଏହାର ଯାଂଚ ଏନ୍‌ଆଇଏ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦେଇଛି । ସୂଚନା ଥାଉକି ୨୦ଜୁନ୍‌ରେ ପାକିସ୍ତାନ ପଟୁ ଏକ ଡ୍ରୋନ ମାଧ୍ୟମରେ ଭାରତକୁ ଅସ୍ତ୍ରଶସ୍ତ୍ର ଆସୁଥିବାବେଳେ ବିଏସ୍‌ଏଫ୍ ଏହାକୁ ଖସାଇଦେଇଥିଲା । ଏଥିରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ମତାମତ ଦିଅନ୍ତୁ ।