ଢେଙ୍କାନାଳ ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ଵର : ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇଥିବା ପଞ୍ଚାୟତରାଜ, ଆଇନ୍ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସହରରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ। ସେଠାରେ ଲୋକଙ୍କ ଗହଣରେ ଖାଇ ଖାଦ୍ୟର ମାନ ପରୀକ୍ଷା କରିଥିଲେ।

ସୋମବାର ମନ୍ତ୍ରୀ ପ୍ରତାପ ଜେନାଙ୍କର ଥିଲା ଅଚାନକ ଢେଙ୍କାନାଳ ଗସ୍ତ। ଏହି ଅବସରରେ ସେ ପ୍ରଥମେ ପୌର ପରିଷଦର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ଯନ୍ତ୍ରୀ ରଶ୍ମୀ ମିଶ୍ରଙ୍କ କରିଥିଲେ ଆଲୋଚନା। ଏହାପରେ ପରେ ଢେଙ୍କାନାଳ ସହରରେ ଥିବା ଆହାର କେନ୍ଦ୍ରକୁ ଯାଇ ଲୋକଙ୍କ ଗହଣରେ ଖାଇବା ସହିତ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ତ’ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାମର ସମୀକ୍ଷା କରିଥିଲେ।

ମତାମତ ଦିଅନ୍ତୁ ।