ତାଜ ହୋଟେଲ ଉଡ଼ାଇଦେବାକୁ ଧମକ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ତାଜ ହୋଟେଲକୁ ଉଡ଼ାଇ ଦିଆଯିବ। ପାକିସ୍ତାନରୁ କେହି ଜଣେ ଫୋନ କରି ଏହି ଧମକ ଦେଇଥିବାରୁ ତାଜ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଖବର ଅନୁଯାୟୀ ସୋମବାର ରାତିରେ ରାତି ସାଢେ ୧୨ଟା ସମୟରେ ଏକ ପାକିସ୍ତାନୀ ନମ୍ବରରୁ ତାଜର କର୍ମଚାରୀଙ୍କ ନିକଟକୁ ଫୋନ ଆସିଥିଲା। ସଂପୃକ୍ତ ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସଦସ୍ୟ ବୋଲି ପରିଚୟ ଦେଇ ୨୦୦୮ ପରି ତାଜକୁ ଉଡ଼ାଇଦେବାକୁ ଧମକ ଦେଇଥିଲା। ଏହାର କିଛି ସମୟ ପରେ ବାନ୍ଦ୍ରାସ୍ଥିତ ତାଜଲାଣ୍ଡସ ହୋଟେଲକୁ ଆଉ ଏକ ଫୋନ ଆସିଥିଲା। ଦିଆଯାଇଥିଲା ଉଡ଼ାଇ ଦେବା ଧମକ। ଦୁଇଟିଯାକ ଫୋନ ପାକିସ୍ତାନୀ ନମ୍ବରରୁ ଆସିଥିଲା।
ହୋଟେଲ ପକ୍ଷରୁ ପୋଲିସକୁ ଏ ସଂପର୍କରେ ସୂଚୀତ କରାଜୀବ ପରେ ଘଟଣାର ତଦନ୍ତ ଚାଲିଥିବା ବେଳେ ହେଟେଲର ସୁରକ୍ଷା ବଢାଇ ଦିଆଯାଇଛି। ସୂଚନାଯୋଗ୍ୟ ୨୦୦୮ ନଭେମ୍ବର ୨୬ରେ ପାକିସ୍ତାନୀ ଆତଙ୍କବାଦୀମାନେ ତାଜ ହୋଟେଲ ସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ।

ମତାମତ ଦିଅନ୍ତୁ ।