ତାମିଲନାଡ଼ୁ ପାୱାରପ୍ଲାଂଟରେ ବିସ୍ଫୋରଣ: ୬ ମୃତ, ୧୭ ଆହତ

ଚେନ୍ନାଇ: ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାସ୍ଥିତ ନେୟବେଲି ପାୱାରପ୍ଲାଂଟରେ ବିସ୍ଫୋରଣ ଘଟିଛି । ଏଥିରେ ୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଚିକିତ୍ସା ଲାଗି ଏନଏଲ୍‌ସି ଲିଗ୍ରାଇଟ ହସ୍ପିଟାଲ ନିଆଯାଇଛି । ବିସ୍ଫୋରଣର କାରଣ ସମ୍ପର୍କରେ ଜଣାପଡ଼ି ନ ଥିବାବେଳେ ସେଠାରେ ଜିଲ୍ଲାପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ମତାମତ ଦିଅନ୍ତୁ ।