ତିସ୍‌ ହଜାରି କୋର୍ଟରେ ପୋଲିସଙ୍କୁ ପିଟିଲେ ଓକିଲ

ନୂଆଦିଲ୍ଲୀ : ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ଶନିବାର ଓକିଲ ଓ ପୋଲିସ ମଧ୍ୟରେ ସାମାନ୍ୟ କଥାକୁ ନେଇ ଖଣ୍ଡଯୁଦ୍ଧ ହୋଇଛି। ପରିସ୍ଥିତି ଆୟତ୍ତ ବାହାରକୁ ଚାଲିଯିବାରୁ ପୋଲିସ ପକ୍ଷରୁ ପାୟାରିଂ କରିଥିବା ସୂଚନା ମିଳିଛି। ଏହାପରେ ଓକିଲମାନେ ପୋଲିସକୁ ମାଡ ମାରିବା ସହ କୋର୍ଟ ପରିସରରେ ଥିବା କିଛି ଗାଡ଼ିକୁ ପୋଡି ଦେଇଛନ୍ତି। ଆହତ ଓକିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରିସ୍ଥିତିକୁ ଦେଖି ସେଠାରେ ଅଧିକ ପୋଲିସ ମୁତୟନ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ମତାମତ ଦିଅନ୍ତୁ ।