ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ

ଭୁବେନଶ୍ୱର: କେନ୍ଦ୍ର ବିଜେପି ସରକାର ସମୟରେ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି । ଲଗାତର ପେଟ୍ରୋଲ ଓ ଡିଜେଲର ଦାମ ବଢି ଯଥାକ୍ରମେ ପ୍ରାୟ ୮୧ ଟଙ୍କା ଓ ୮୦ ଟଙ୍କାରେ ପହଞ୍ଚିଲାଣି । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗିଲେଣି । ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦିବା ୧୦ ଘଟିକାଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଏକ ନୀରବ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଭୁବନେଶ୍ୱର କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ତୈଳ ଦର, ଏକ୍ସାଇଜ୍ ଡ୍ୟୁଟି କମାଇବାରେ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖଦାୟକ ।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୪୨ ଡଲାର ଥିଲାବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭାଟ୍ ଓ ଏକ୍ସାଇଜ୍ ଡ୍ୟୁଟି ଅହେତୁକ ବୃଦ୍ଧି କରିବା ଯୋଗୁଁ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚିଛି। ବର୍ତମାନ ଦେଶ କରୋନା ମହାମାରୀରେ ଗତି କରୁଥିଲା ବେଳେ ତୈଳ ଦର ବୃଦ୍ଧି ଜନସାଧାରଣଙ୍କ ଉପରେ ଚଡକ ପକାଇଛି ।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜରାସ୍ତାକୁ ଯାଇ ଯାତାୟତ କରୁଥିବା ଅଟୋଚାଳକ, ବାଇକ୍ ଚାଳକ, ଗୃହିଣୀ ଓ କର୍ମଜୀବୀ ମହିଳାମାନଙ୍କୁ ତେଲ ଦର ବୃଦ୍ଧି ସଂପର୍କରେ ସେମାନଙ୍କର ମତାମତ ଲୋଡିଥିଲେ । ଉତ୍ତରରେ ସମସ୍ତେ ତେଲ ଦର ବୃଦ୍ଧି ବିରୁଦ୍ଧରେ ମତଦେଇ ଏଥିପାଇଁ ସେମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ । ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଏଡିଏମ୍‌ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ପ୍ରଦୀପ ମାଝୀ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ବିପିନ୍ ଦାସ, କିଶୋର ଜେନା, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଜିତ୍ ଦାଶ, ପଦ୍ମାକର ଗୁରୁ, ବିଷ୍ଣୁ ଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ହଳଧର ସେଠୀ, ଅଭିଷେକ ମହାନନ୍ଦ, ମାନସ ଆଚାର୍ଯ୍ୟ, ପ୍ରଣତି ମିଶ୍ର, ଜ୍ୟୋତିଷ ସାହୁ, ବିଶ୍ୱଭୂଷଣ ଦାସ, ଦୀପକ ମହାପାତ୍ର, ଅମୀୟ ପାଣ୍ଡବ, ବିଣାପାଣି ସାମଲ, ଶୁଭଶ୍ରୀ ପଣ୍ଡା, ପ୍ରକାଶ ମିଶ୍ର, ନରେଶ ମହାନ୍ତି, ରଜନୀ ମହାନ୍ତି, ବିସ୍ମୟ ମହାପାତ୍ର, ଲିଙ୍ଗରାଜ ସାହୁ, ଦେଓ ପ୍ରସାଦ, ଶ୍ରୀୟାସ୍ମିତା ପଣ୍ଡା, ସଂକୁନା କହଁର, ବଟକୃଷ୍ଣ ରାଉତରାୟ, ଦେବୀପ୍ରସାଦ ବାହାଲିଆ, ତାପସ ସେଠୀ, ନାସିର ଅହମ୍ମଦ ଖାନ୍‌, ମନୋରଞ୍ଜନ କୁଣ୍ଡୁ, ଚୈତାଳୀ ପଟ୍ଟନାୟକ, ମାଣ୍ଟୁ ମଲିକ, ରଞ୍ଜନ କୁମାର ମହାଲିକ, କୁଳମଣି ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ ।

ମତାମତ ଦିଅନ୍ତୁ ।