ତୈଳଦର ବୃଦ୍ଧି ପ୍ରତିବାଦ: ଭଦ୍ରକରେ କଂଗ୍ରେସର ବିକ୍ଷୋଭ

ଭଦ୍ରକ : ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲ୍ଲା ଓ ବିଭିନ୍ନ ବ୍ଲକରେ କଂଗ୍ରେସ ବିକ୍ଷୋଭ କରିଛି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦିଆଯାଇଛି ଦାବିପତ୍ର।

ସୋମବାର ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ କର୍ମୀମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୈଳଦର ବୃଦ୍ଧିର ପ୍ରତିବାଦ କରିଥିଲେ। ସେହିପରି ବନ୍ତ ବ୍ଲକରେ କଂଗ୍ରେସ କର୍ମକର୍ତ୍ତାମାନେ ତୈଳଦର ବୃଦ୍ଧି ପ୍ରତିବାଦ କରିବା ସହିତ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଆଉ କୁହାଯାଇଛି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ଭଦ୍ରକବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କରୋନା ଭଳି ପରିସ୍ଥିତିରେ ତୈଳଦର ବୃଦ୍ଧି ଯୋଗୁଁ ପନିପରିବା ଠାରୁ ଆରମ୍ଭ କରି ସବୁ ଜିନିଷର ମୂଲ୍ୟ ବୃଦ୍ଧି ଘଟିଛି। ଏହାର ପ୍ରତିବାଦ କରି କଂଗ୍ରେସ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ମତାମତ ଦିଅନ୍ତୁ ।