ତ୍ରିନାଥ ବସ୍ତି ଉନ୍ନୟନ ପରିଷଦ ପକ୍ଷରୁ କରୋନା ସଚେତନତା

ଭୁବନେଶ୍ଵର : ୱାର୍ଡ ନଂ-୧୧ ଅନ୍ତର୍ଗତ ତ୍ରିନାଥ ବସ୍ତି ଉନ୍ନୟନ ପରିଷଦ କମିଟି ପକ୍ଷରୁ କରୋନା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପ୍ରଣୀତ ୫ଟି ହଟସ୍ପଟ ଜିଲ୍ଲାରୁ କେହି ଆସିଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି।

ଏହାସହ କାହାକୁ ଥଣ୍ଡା, କାଶ, ଜ୍ଵର ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ସରକାରୀ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ସଚେତନ କରାଯାଇଥିଲା। ଭଲ ଭାବେ ହାତ ଧୋଇବା, ସାମାଜିକ ଦୂରତାକୁ ପ୍ରଧାନ୍ୟ ଦେବା ସହ ମାସ୍କ ପରିଧାନ କରିବାକୁ ସମସ୍ତ ଜନସାଧାରଙ୍କୁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତ୍ରିନାଥ ବସ୍ତି ଉନ୍ନୟନ ପରିଷଦ ପକ୍ଷରୁ ନରେନ୍ଦ୍ର କୁମାର ବିଶ୍ୱାଳ, ସନ୍ତୋଷ କୁମାର ପ୍ରଧାନ, ଦିଲ୍ଲୀପ ଦାସ, ସୌମ୍ୟରଞ୍ଜନ ପ୍ରଧାନ, ଅରୁଣ ମଲ୍ଲିକ, ବାବୁ ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।