ଥ୍ରୀ-ଡି ମେସିନ୍ ଦ୍ଵାରା ଡାକ୍ତରୀ ଛାତ୍ର କରିବେ ମୃତଦେହ ଡିସେକ୍ସନ

ଭୁବନେଶ୍ଵର : ୩ଡି ମେସିନ୍‌ ମାଧ୍ୟମରେ ବୁର୍ଲା ମେଡିକାଲ୍‌ର ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଆମେରିକାରେ ନିର୍ମିତ ଏହି ମେସିନ୍‌ ଏବେ ଭୀମ୍‌ସାର ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ । ରାଜ୍ୟରେ ପ୍ରଥମ କରି ଭୀମସାରର ଛାତ୍ରଛାତ୍ରୀ ଏହି ସୁବିଧା ପାଇଛନ୍ତି । ଅନେକ ସମୟରେ ମୃତ ଦେହ ମିଳିବାରେ ଅସୁବିଧା ହୁଏ । ଛାତ୍ରଛାତ୍ରୀମାନେ ବି ମଣିଷ ଶରୀରକୁ ଡିସେକ୍ସନ କରିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଆଉ ଏହି ୩ଡି  ମେସିନ୍ ଏସବୁ ସମସ୍ୟା ଦୂର କରିପାରିବ ବୋଲି ଆଶା ରଖାଯାଇଛି।

ପୁର୍ବରୁ ମେଡିକାଲ୍‌ କଲେଜ୍‌କୁ ଦାନ କରାଯାଉଥିବା ମୃତଦେହକୁ, ଛାତ୍ରଛାତ୍ରୀମାନେ ଡିସେକ୍ସନ୍‌  କରୁଥିଲେ । ହେଲେ ମୃତଦେହକୁ କାଟି ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଦେଖିବା ସହ, ତାର କାର୍ଯ୍ୟ ଜାଣିବା କଷ୍ଟସାଧ୍ୟ ହେଉଥିଲା। ମୃତ ଶରୀର ଡିସେକ୍ସନ୍‌ କଲାବେଳେ  ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଯଦି ପୁର୍ବରୁ ନଷ୍ଟ ହୋଇଯାଇଥାଏ, ତେବେ ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ମନରେ ଅନେକ ସନ୍ଦେହ ରହିଯାଇଥାଏ । କିନ୍ତୁ, ୩ଡି ଭରଚ୍ୟୁଆଲ୍‌ ଆନାଟୋମୀ ଡିସେକସ୍ନନରେ ଏହି ସବୁ ସମସ୍ୟା ରହିବ ନାହିଁ ।  ସବୁଠୁ ବଡକଥା ହେଲା, ଏହି ୩ଡି  ଆନାଟୋମୀ ଡିସେକ୍ସନ୍‌ ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସମସ୍ତ ସନ୍ଦେହ ଦୂର ହେବା ପର୍ଯ୍ୟନ୍ତ ବାରମ୍ବାର ଦେଖିପାରିବେ ଓ ପଢିପାରିବେ ।

ମତାମତ ଦିଅନ୍ତୁ ।