ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି। ଗୁଜୁରାଟର ସାର୍‌ କ୍ରିକ୍‌ ଅଞ୍ଚଳରୁ କିଛି ପରିତ୍ୟକ୍ତି ଡଙ୍ଗା ଉଦ୍ଧାର ହେବା ପରେ ଏହି ଆଶଙ୍କା ଦୃଢ଼ୀଭୂତ ହୋଇଛି। ଏହା କହିଛନ୍ତି ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଲେପ୍ଟନାଣ୍ଟ ଜେନେରାଲ୍‌ ଏସ୍‌ କେ ସାଇନି।

ସୋମବାର ଏସ୍‌ କେ ସାଇନି କହିଛନ୍ତି ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟିପାରେ ଆମ ପାଖରେ ଖବର ରହିଛି। ନିକଟରେ ଗୁଜୁରାଟର ସାର୍‌ କ୍ରିକ୍‌ ଅଞ୍ଚଳରୁ କିଛି ପରିତ୍ୟକ୍ତ ଡଙ୍ଗା ଉଦ୍ଧାର ହୋଇଥିବାରୁ ଆତଙ୍କବାଦୀ ଏହି ଡଙ୍ଗାରେ ଆସି ଥାଇ ପାରନ୍ତି ସନ୍ଧେହ କରାଯାଉଛି। ତେବେ ଆତଙ୍କବାଦୀମାନଙ୍କ ଯୋଜନା ବିଫଳ କରିବାକୁ ଆମେ ପ୍ରସ୍ତୁତ ହେଉଛୁ।

ସେନାର ସୂଚନାକୁ ଦୃଷ୍ଟିରେ ରଖି କେରଳର ସମସ୍ତ ଜିଲ୍ଲାରେ ଆର୍ଲଟ ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ଉପରେ ପୋଲିସ କଡ଼ା ନଜର ରଖିଥିବା ବେଳେ ସାର୍ବଜନୀନ ସ୍ଥାନରେ ସତର୍କତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେରଳ ଡିଜିପି ଲୋକନାଥ ବେହେରା କହିଛନ୍ତି।

ମତାମତ ଦିଅନ୍ତୁ ।