ଦମ୍ପତ୍ତିଙ୍କୁ ଘରେ ବନ୍ଦକରି ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ ଜଣେ ବ୍ୟାଙ୍କ ମ୍ୟାନେଜର ଓ ପତ୍ନୀଙ୍କୁ ଦୁର୍ବୃତ୍ତମାନେ ଘରେ ବନ୍ଦକରି ଲୁଟ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅଭିଯୋଗ ହେବା ପରେ ଶ୍ରୀଲିଙ୍ଗରାଜ ଥାନା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ ୭ ପ୍ଲଟ ନମ୍ବର ୫୩/୧୩୯ରେ ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇ ରହୁଛନ୍ତି। ସୋମବାର ରାତିରେ ସେ ପରିବାର ସହ ଘରେ ଶୋଇଥିବା ସମୟରେ ୫/୭ ଜଣ ଲୁଟେରା ଘର ପଛପଟ ଝରକା ଭାଙ୍ଗି ଭିତରେ ପଶିଥିଲେ। ଚୋର ପଶିବା ଶବ୍ଦ ଶୁଣି ବିଷ୍ଣୁଚରଣ ଓ ତାଙ୍କ ପତ୍ନୀ ଉଠିପଡିବାରୁ ତାଙ୍କୁ ଭୟଭୀତ କରି ଲୁଟେରାମାନେ ଏକ ଘରେ ବନ୍ଦକରି ସୁନା ଗହଣା, ନଗଦ ଟଙ୍କା ଓ ମୂଲ୍ୟବାନ ଜିନିଷ ଲୁଟି ନେଇଥିଲେ।

ମତାମତ ଦିଅନ୍ତୁ ।