ଦିଲ୍ଲୀରେ ହନିଟ୍ରାପ ଗ୍ୟାଙ୍ଗ୍ ଗିରଫ

ନୂଆଦିଲ୍ଲୀ: ହନିଟ୍ରାପ ଗ୍ୟାଙ୍ଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି। ମଧ୍ୟ ପ୍ରଦେଶରେ ଦିଲ୍ଲୀରେ ଏକ ହନିଟ୍ରାପ ଗ୍ୟାଙ୍ଗକୁ ଧରିଛି ପୋଲିସ। ଏହି ଗ୍ୟାଙ୍ଗ୍ ବିଭିନ୍ନ ବର୍ଗର ଲୋକଙ୍କୁ ଫଶାଇବା ପାଇଁ ଉଦ୍ୟମ କରୁଥିଲା। ଯିଏ ବିରୋଧ ତାଙ୍କୁ କରାଯାଉଥିଲା ହତ୍ୟା। ଏବେ ପୋଲିସ ଏମାନଙ୍କ ଗୁମର ଖୋଲିବ।

ଖବର ଅନୁଯାୟୀ ଗତ ୨୩ ତାରିଖ ଦିନ ଦିଲ୍ଲୀର ପ୍ରଶାନ୍ତ ବିହାରରେ ଥିବା ରାଜୀବ ଗାନ୍ଧି ହସ୍ପିଟାଲ ଓ ରିଠାଲା ମେଟ୍ରୋ ଷ୍ଟେସନ ମଝିରୁ ଜଣେ ୨୮ ବର୍ଷୀୟ ଯୁବକର ମୃତ ଦେହ ଉଦ୍ଧାର ହୋଇଥିଲା। ମୃତକର ନାଁ ଦୀପକ। ତା ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ। ଘଟଣାରେ ତଦନ୍ତ କରିବାକୁ ଯାଇ ପୋଲିସ ଆଖାପାଖର ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ପାଖରେ ପହଞ୍ଚିଥିଲା। ଗିରଫ ହୋଇଥିଲେ ଅନୀଲ, ମଣ୍ଟି ଓ ପାୟଲ।

ଘଟଣା ଦିନ ରାତିରେ ପାୟଲ ରାସ୍ତା ମଝିରେ ଛିଡ଼ା ହୋଇଥିବା ସମୟରେ ଦୀପକ ଯାଉଥିବା ଦେଖି ଫଶାଇବା ପାଇଁ ଡାକିଥିଲା। କଥା ହେଉ ହେଉ ଦୀପକକୁ ରାସ୍ତା ପାଖ ଅନ୍ଧାର ସ୍ଥାନକୁ ନେଇ ଲୁଟିବାକୁ ଚେଷ୍ଟା କରିଥିଲା ପାୟଲ। କିନ୍ତୁ ଦୀପକ ବିରୋଧ କରିବାରୁ ଘଟଣାସ୍ଥଳରେ ପହଞ୍ଚିଥିଲେ ପାୟଲର ସହଯୋଗୀ ଅନୀଲ ଓ ମଣ୍ଟି। ଦୀପକର ମୁଣ୍ଡକୁ ଠେଙ୍ଗାରେ ଆଘାତ ଦେବାରୁ ସେଠାରେ ତାର ମୃତ୍ୟୁ ହୋଇଥିଲା। ହତ୍ୟାକାରୀ ଦୀପକର ପକେଟରୁ ଟଙ୍କା ଓ ମୋବାଇଲ ନେଇ ଫେରାର ହୋଇଯାଇଥିଲେ। ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ରହୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାର ଖୋଳତାଡ କରୁଛି।

ମତାମତ ଦିଅନ୍ତୁ ।