ଦୀପାବଳି ପୂର୍ବରୁ ଜିଓର ୪ଟି ଅଫର୍‌ ଘୋଷଣା

ନୂଆଦିଲ୍ଳୀ: ଜିଓଫୋନ୍‌ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ମାସିକିଆ ‘ଅଲ୍‌ ଇନ୍‌ ୱାନ୍‌’ ଯୋଜନା ଘୋଷଣା କରିଛି। ପ୍ଲାନ ୭୫ରୁ ୧୮୫ ଟଙ୍କା ମଧ୍ୟରେ ରହିଥିବା ବେଳେ ଏହି ଯୋଜନାରେ ଜିଓଫୋନ୍‌ ରିଚାର୍ଜ ସହ ଉପଲବ୍ଧ ହେବ। ମାସିକିଆ ଏହି ଯୋଜନାରେ ଜିଓରୁ ଜିଓ କଲିଂ ମାଗଣା। ସେହିଭଳି ଅନ୍ୟ ନେଟୱର୍କକୁ ୫୦୦ ମିନିଟ୍‌ ପର୍ଯ୍ୟନ୍ତ କଲ୍‌ କରିବାର ସୁବିଧା ରହିଛି। ଜିଓଫୋନ୍‌ ଗ୍ରାହକଙ୍କୁ ସବୁଠୁ ଶସ୍ତା ୭୫ ଟଙ୍କିଆ ଯୋଜନାରେ ମାସକୁ ୩ ଜିବି ଡାଟା ମିଳିବ। ୧୨୫, ୧୫୫, ୧୮୫ ଟଙ୍କା ଯୋଜନା ଅନୁସାରେ ଜିଓଫୋନ୍‌ ବ୍ୟବହାରକାରୀ ଯଥାକ୍ରମେ ମାସକୁ ୧୪ ଜିବି, ୨୮ଜିବି ଓ ୫୬ ଜିବିର ଡାଟା ପାଇପାରିବେ। ଏହି ସମସ୍ତ ପ୍ଲାନର ଅବଧି ୨୮ ଦିନ ରହିବ।

ଏହାପୂର୍ବରୁ ଜିଓଫୋନ୍‌ ପାଇଁ କମ୍ପାନି ନୂଆ ଟାରିଫ ପ୍ଲାନ ଆଣିଛି। ୨୨୨, ୩୩୩, ୪୪୪ ଓ ୫୫୫ ଟଙ୍କାର ଏହି ପ୍ଲାନର ଅବଧି ୨୮, ୫୬ ଓ ୮୪ ଦିନ ରହିବ। ଏଥିରେ ଜିଓ ଗ୍ରାହକ ୧୦୦୦ ମିନିଟ୍‌ ପର୍ଯ୍ୟନ୍ତ ଅନ୍ୟ ନେଟୱର୍କକୁ କଲ୍‌ କରିପାରିବେ। କିନ୍ତୁ ଏହି ପ୍ଲାନକୁ ବ୍ୟବହାରକାରୀ ଖାଲି ଯଦି କିଣିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ୮୦ ଟଙ୍କା ଦେବାକୁ ପଡ଼ିବ। ଏସବୁ ଭିତରେ କମ୍ପାନି ଦୀପାବଳିରେ ଜିଓଫୋନ ମଡେଲର ମୂଲ୍ୟ ୫୦ ପ୍ରତିଶତ ହ୍ରାସ କରି ୬୯୯ ଟଙ୍କା କରିଛି।

ମତାମତ ଦିଅନ୍ତୁ ।