ଦୁଇଟି ସିଟିଂରେ ହେବ ଷାଣ୍ମାସିକ ପରୀକ୍ଷା

ଭୁବନେଶ୍ଵର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହେବାକୁ ଥିବା ଷାଣ୍ମାସିକ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୨୯ ପରିବର୍ତ୍ତେ ଏହି ପରୀକ୍ଷା ନଭେମ୍ବର ୧ରୁ ଆରମ୍ଭ ହେବ। ଲଗାଣ ବର୍ଷା ବିଦ୍ୟାଳୟରେ ପ୍ରଶ୍ନପତ୍ର ନପହଞ୍ଚିପାରିବାରୁ ଏପରି ନିଷ୍ପତ୍ତି ହୋଇଥିଲେ ହେଁ ନଭେମ୍ବର ୧ ଓ ୨ରେ ହେବାକୁ ଥିବା ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇନାହିଁ।

ବିଜ୍ଞପ୍ତି ଅନୁଯାୟୀ ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ପରୀକ୍ଷାର ସମୟ ସୀମା ୧ ଘଣ୍ଟା ୩୦ ମିନିଟ୍‌ ରଖାଯାଇଛି। ଶନିବାର ଦିନ ପ୍ରଥମରୁ ୭ମ ଶ୍ରେଣୀ ପାଇଁ ସକାଳ ୭ଟାରୁ ୮ଟା ୩୦ ଓ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। ୮ମ ଶ୍ରେଣୀର ସମସ୍ତ ବିଷୟ ପରୀକ୍ଷା ଦୁଇ ଘଣ୍ଟା ଲେଖାଏଁ ହେବ। ପ୍ରତିଦିନ ସକାଳ ୧୦ଟା ୩୦ରୁ ୧୨ଟା ୩୦ ଓ ଅପରାହ୍ନ ୧ଟାରୁ ୩ଟା ଯାଏ ପରୀକ୍ଷା ଚାଲିବ। ଶନିବାର ଦିନ ସକାଳ ୭ଟାରୁ ୯ଟା ଓ ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ପରୀକ୍ଷା ଚାଲିବ। ସାରା ରାଜ୍ୟରେ ଗୋଟିଏ ସମୟରେ ପରୀକ୍ଷା ହେବ।

ମତାମତ ଦିଅନ୍ତୁ ।