ଦୁଇପୁଅ ବାପାକୁ ଇଟ‌ାରେ ଛେଚି ମାରିଦେଲେ

ଭୁବନେଶ୍ଵର : କୋଇଡ଼ା ବ୍ଲକ୍‌ ପାଟମୁଣ୍ଡା ପଞ୍ଚାୟତର କ୍ରିୟାକୁଦର ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ଘରେ କବାଟ ଲଗାଇବାକୁ କେନ୍ଦ୍ରକରି ବାପ-ପୁଅ କଳି ଲାଗିବା ପରେ ଦୁଇପୁଅ ମିଶି ବାପକୁ ଇଟାରେ ଛେଚି ଛେଚି ମାରି ଦେଇଛନ୍ତି। ଉଭୟ ଏବେ ଫେରାର୍।

ଖବ ଅନୁଯାୟୀ କ୍ରିୟାକୁଦର ଗ୍ରାମର ବାଇଧର ମୁଣ୍ଡା ଏକ ନୂଆ ଘର ତିଆରି କରିଥିଲେ। କବାଟ ଲଗାଇବାକୁ ଦୁଇ ପୁଅକୁ ବାଇଧର କହି ଆସୁଥିଲେ ମଧ୍ୟ କେହି ଶୁଣୁନଥିଲେ। ତେଣୁ ସେ ସୋମବାର ରାତିରେ ପୁଅମାନେ ରହୁଥିବା ପୁରୁଣା ଘରେ ପଡ଼ିଥିବା ଏକ କାଠ କବାଟକୁ ଆଣି ଲଗାଇବାକୁ ଉଦ୍ୟମ କରିଥିଲା। ଏହାକୁ ପୁଅ ବିରୋଧ କରିବାରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇପୁଅ ଜୟରାମ ଓ ଗୋପାଳ ବାପାକୁ ଇଟାରେ ଛେଚି ମାରି ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।