ଦୁନିଆରେ ସବୁଠୁ ବଡ ପାପ କଣ ?

ଆପଣ ଜାଣିଛନ୍ତି କି ଦୁନିଆରେ ସବୁଠାରୁ ବଡ ପାପ କଣ ? କାହାକୁ ମାରିଦେବାକୁ ପାପ କୁହାଯାଏ କି ? ଅସତ୍ୟ ବୋଳିବାକୁ ପାପ କୁହାଯାଏ କି ? ଚୋରି କରିବାକୁ ପାପ କୁହାଯାଏ କି ? ଅନ୍ୟକୁ ଅପମାନ କରିବାକୁ ପାପ କୁହାଯାଏ କି ? ସଂସାରର ସବୁଠାରୁ ବଡ ପାପ ହେଉଛି ନିର୍ବଳ ଉପରେ ଅତ୍ୟାଚାର କରିବା । ଏବଂ ସବୁଠାରୁ ବଡ ଦଣ୍ଡ ହେଉଛି ସେହି ନିର୍ବଳ ମୁଖରୁ ବାହାରିଥିବା ଅଭିଶାପ । ଆପଣ ଯେତେ ଶକ୍ତିଶାଳୀ ହେଇ ଥାନ୍ତୁ ନା କାହିଁକି ଯଦି କୌଣସି ନିର୍ବଳ ଉପରେ ଅତ୍ୟାଚାର କରୁଛନ୍ତି ।


ତେବେ ତା ମୁଖରୁ ବାହାରିଥିବା କଠୋର ବାଣୀ ଅଭିଶାପ ହିଁ ଅପଣଙ୍କୁ ଭସ୍ମ କରିଦେଇଥାଏ । ଯୁଗେ ଯୁଗେ ସର୍ବଦା ଦୁର୍ବଳ ଉପରେ ଶବଳର ଅତ୍ୟାଚାର ହୋଇଥାଏ । ସେଥିପାଇଁ ଯୁଗେଯୁଗେ ଏହି ପାପକୁ ବିନାଶ କରିବା ପାଇଁ ଭଗବାନ ଜନ୍ମ ନେଇଥାନ୍ତି । ସେଥିପାଇଁ କୌଣସି ଦୁର୍ବଳ ଉପରେ ଅତ୍ୟାଚାର କରିବା ଠିକ ନୁହେଁ । ଭାଗବନ ନୃସିଂହ ଅବତାର ନେବାର କାରଣ କଣ ଜାଣିଛନ୍ତି କି ? ଭକ୍ତ ପ୍ରହ୍ଲାଦ କୁ ବଞ୍ଚିବାର କାରଣ କଣ ଜାଣିଛନ୍ତି କି ? ଭକ୍ତ ପ୍ରହ୍ଲାଦ ଉପରେ କରିଥିବା ଅତ୍ୟାଚାର ର ପ୍ରତିଶୋଧ ପାଇଁ ତାର ବାପା ମୃତ୍ୟୁ ବରଣ କରିଥିଲେ ।


ସବୁଠାରୁ ବଡ ଉଦାହରଣ ହେଲା ରାଜା ଦଶରଥ ପାଇଥିବା ଅଭିଶାପ । ରାଜା ଦଶରଥ ଯେଉଁ ଅଭିଶାପ ଶ୍ରବଣ କୁମାରର ଅନ୍ଧ ପିତାମାତାଙ୍କ ପାଖରୁ ପାଇଥିଲେ ସେ ତାହାର ଫଳ ନିଜ ମୃତ୍ୟୁ ସମୟରେ ପାଇଥିଲେ । ସେହିପରି ଏହି ଅଭିସାପରୁ ଭାଗବନ ଶ୍ରୀକୃଷ୍ଣ ବି ବର୍ତ୍ତି ନଥିଲେ ।

ମତାମତ ଦିଅନ୍ତୁ ।