ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ଓ୍ଵାଇ-ଫାଇ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ : ଦେଶର ପ୍ରତି ଗାଁ ଓ ଦୁର୍ଗମ ଅଞ୍ଚଳରେ ଓ୍ଵାଇ-ଫାଇ ଇଣ୍ଟରନେଟ୍‌ ସେବା କେନ୍ଦ୍ର ସରକାର ଯୋଗାଇଦେବେ। ଗ୍ରାମ-ନେଟ୍‌ ମାଧ୍ୟମରେ ଏହି ସେବା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଂଜୟ ଶ୍ୟାମରାଓ ଧୋତ୍ରେ କହିଛନ୍ତି। ସି-ଡଟ୍‌ (ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଟେଲେମାଟିକ୍ସ)ର ୩୬ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ସେ କହିଛନ୍ତି ଗ୍ରାମ ନେଟ ଓ୍ଵାଇ-ଫାଇ ସେବା ମାଧ୍ୟମରେ ଗାଁଗୁଡ଼ିକରେ ୧୦ ଏମବିପିଏସ୍‌ରୁ ୧୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ସ୍ପିଡ ବିଶିଷ୍ଟ ଇଣ୍ଟରନେଟ୍‌ ସେବା ଯୋଗାଇଦିଆଯିବ। ଶ୍ରୀ ଧୋତ୍ରେ ଏହି ଅବସରରେ ସି-ଡଟର ନୂଆ ଟେକନଲୋଜୀ ସି-ସ୍ୟାଟ୍‌-ଫାଇ ଲଞ୍ଚ କରିଛନ୍ତି।

ମତାମତ ଦିଅନ୍ତୁ ।