ଦୁର୍ଗାପୂଜାରେ ଭଲ ରହିବ ପାଗ

ଭୁବନେଶ୍ୱର: ଦୁର୍ଗାପୂଜାରେ ପାଗ ଭଲ ରହିବ। ଏହି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସୂଚନା ଅନୁଯାୟୀ ଓଡ଼ିଶା ଉପରେ କିମ୍ବା ବଙ୍ଗୋପସାଗର ପାଖରେ କୌଣସି ଘୂର୍ଣ୍ଣିବଳୟ ନାହିଁ। ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ରହିଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶାରେ ପଡ଼ିବା ସମ୍ଭାବନା ନାହିଁ। ଏହାଛଡା ଆଗାମୀ ୨-୩ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହଯାଇଛି।

ମତାମତ ଦିଅନ୍ତୁ ।