ଦୁର୍ଘଟଣାଗ୍ରସ୍ତ ବାପ-ଝିଅଙ୍କୁ ନିଜ ଗାଡିରେ ମେଡିକାଲ୍‌ ନେଲେ ବାଲେଶ୍ଵର ଏସପି

ଭୁବନେଶ୍ଵର : ଦୁର୍ଘଟଣାରେ ଆହତ ବାପ-ଝିଅଙ୍କୁ ଭରସା ହେଲେ ବାଲେଶ୍ୱର ଏସ୍‌ପି ଯୁଗଳ କିଶୋର କୁମାର। ନିଜ ଗାଡ଼ିରେ ନେଇଥିଲେ ମେଡିକାଲ୍‌। ସମଗ୍ର ଜିଲ୍ଲାରେ ଏବେ ଏହି ବିଷୟ ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ଖଇରା ଥାନା ତୁଡିଗଡ଼ିଆ ଅଚ୍ୟୁତିପୁର ଗାଁର କୈଳାଶ ଚନ୍ଦ୍ର ସାହୁ ଝିଅକୁ କଲେଜରେ ଆଡମିଶନ ପାଇଁ ନେଇ ଯାଉଥିଲେ। ବେଗୁନିଆଠାରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେବାରୁ ବାପ-ଝିଅ ଗୁରୁତର ଆହତ ହୋଇଥିଲେ। ଜୁଡ଼ୁବୁଡ଼ୁ ହୋଇ ବଞ୍ଚାଇବାକୁ ଚିତ୍କାର କରୁଥିଲେ। ଔପଦାରେ ହେବାକୁ ଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେହି ରାସ୍ତା ଦେଇ ଯାଉଥିଲେ ବାଲେଶ୍ୱର ଏସ୍‌ପି ଯୁଗଳ କିଶୋର କୁମାର। ବାପ-ଝିଅଙ୍କର ଏପରି ଅବସ୍ଥା ଦେଖି ସେମାନଙ୍କୁ ତୁରନ୍ତ ନିଜ ଗାଡ଼ିରେ ନେଇ ସୋର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ମତାମତ ଦିଅନ୍ତୁ ।