ଦୁଷ୍କର୍ମ ପରେ ଦୁଇ ନାବାଳିକାଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୁଡାଉଁରେ ଦୁଇ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଉଦ୍ଦେଶ୍ୟରେ ଗଛରେ ଝୁଲାଇ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଗିରଫ କରି ଅନ୍ୟମାନଙ୍କୁ ଖୋଜୁଛି।

ଖବର ଅନୁଯାୟୀ ଦୁଇ ପୀଡ଼ିତା ମଙ୍ଗଳବାର ସଂନ୍ଧ୍ୟାରେ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ। ପରଦିନ ସକାଳୁ ଦୁହିଁଙ୍କ ମୃତ ଦେହ ଗାଁର ଏକ ଆମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏ ନେଇ ପୋଲିସକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରୁ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଦୁଇଜଣଙ୍କ ସହ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ସତ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଗାଁର ୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଜଣଙ୍କୁ ପୋଲିସ ଗିରଫ କରିଛି। ବ୍ୟକ୍ତିଗତ କଳହ ପାଇଁ ଏଭଳି ଘଟିଥିବା ଜଣା ପଡ଼ିଛି।

ମତାମତ ଦିଅନ୍ତୁ ।