ଦେଶରେ ଖୋଲିବ ୭୫ଟି ନୂଆ ମେଡିକାଲ କଲେଜ୍

ପନୂଆଦିଲ୍ଲୀ : ଦେଶରେ ୭୫ଟି ନୂତନ ମେଡିକାଲ କଲେଜ୍ ଖୋଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ଶେଷରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି   କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର।

ସେ କହିଛନ୍ତି ଆସନ୍ତା ୩ ବର୍ଷରେ ଦେଶରେ ୭୫ଟି ନୂଆ ମେଡିକାଲ କଲେଜ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୨୪ ହଜାର ୩୭୫ କୋଟି ଟଙ୍କା ବ୍ୟୟ ହେବ।ଏଥିରେ ଏମବିବିଏସ ସିଟ୍ ସଂଖ୍ୟା ରହିବ ୧୫,୭୦୦। ଦେଶର ଯେଉଁ ଜିଲ୍ଲା ସ୍ଵାସ୍ଥ୍ୟ କ୍ଷେତ୍ରରେ ପଛୁଆ ରହିଛି ସେଠାରେ ନୂତନ ମେଡିକାଲ କଲେଜ୍ ଖୋଲାଯିବ।ଗାଁ ଗାଁରେ ସ୍ଵାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଅଧିକ ଡାକ୍ତର ଉପଲବ୍ଧ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି।

ମତାମତ ଦିଅନ୍ତୁ ।