Breaking Newsରାଜ୍ୟ

ଦୋକାନୀଙ୍କ ଉପରେ କଟକଣା: ସାମାଜିକ ଦୂରତା ନିୟମ ଭାଙ୍ଗିଲେ ୫ ହଜାର ଜରିମାନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦିନକୁ ଦିନ ସ୍ଥିତି ବିଗୁଡିଛି। ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣାକୁ କଡାକଡି କରିଛି। ସାମାଜିକ ଦୂରତାକୁ ଦିଆଯାଉଛି ଗୁରୁତ୍ଵ। ଏହି ନିୟମର ପ୍ରଥମ ଉଲ୍ଲଂଘନ ପାଇଁ ଦୋକାନୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ସହିତ ୧୫ଦିନ ଦୋକାନ ବନ୍ଦ କରାଯିବ। ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେହିପରି ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ଗୋଟିଏ ମାସ ଦୋକାନ ବନ୍ଦ ସହିତ ଦେକାନୀଙ୍କ ନାମରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି। ଜିଲ୍ଲାରେ କୃଷି, ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା ବ୍ୟତୀତ କୌଣସି ଯାନବାହନ ଚଳାଚଳକୁ ଅନୁମତି ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ମତାମତ ଦିଅନ୍ତୁ ।

Back to top button