‘ଦ ସ୍କାଏ ଇଜ୍ ପିଙ୍କ’ର ପ୍ରଥମ ଦିନରେ ଆୟ ୩ କୋଟି

ମୁମ୍ବାଇ: ଏକ ନିଆରା ଫ୍ୟାମିଲି ଡ୍ରାମା କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ’ ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଆୟ କରିଛି ୩ କୋଟି ଟଙ୍କା। ଏହି ଫିଲ୍ମରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍ ଅଖତରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି। ଉଭୟ ଦ୍ୱିତୀୟ ଥର ପାଇଁ ନାୟକ-ନାୟିକା ଭାବେ ଏକାଠି ନଜର ଆସିଛନ୍ତି। ସିଦ୍ଧାର୍ଥ ରୟ କପୁର୍ ଓ ରୋନି ସ୍କୃୱାଲାଙ୍କ ପ୍ରଯୋଜନାରେ ରିଲିଜ୍ ହୋଇଥିବା ଏ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ।

ଆଦିତି ଓ ନିରେନଙ୍କ ଖଟ୍ଟା-ମିଠା ପ୍ରେମକୁ ନେଇ ସିନେମାର କାହାଣୀ। ଏମାନଙ୍କ ଲଭଷ୍ଟୋରୀରେ ସେତେବେଳେ ଟ୍ୱିଷ୍ଟ ଆସେ, ଯେତେବେଳେ ଆଦିତି ଓ ନିରେନଙ୍କ ଜୀବନରେ ଆସେ ତାଙ୍କ ଝିଅ ଆୟେସା। ଆୟେସା ଏକ ନିଆରା ରୋଗରେ ପିଡିତ। ନିଜ ଝିଅକୁ ବଂଚାଇବା ପାଇଁ ଆଦିତି ଓ ନିରେନ୍ ଅନେକ ସଂଘର୍ଷ କରିଥିବା କାହାଣୀକୁ ଦର୍ଶକ ପସନ୍ଦ କରୁଛନ୍ତି।

ମତାମତ ଦିଅନ୍ତୁ ।