ଧରାପଡିଲା ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗ, ଟଙ୍କା,ସୁନା ଅଳଙ୍କାର ଓ ଗାଡ଼ି ଜବତ

ନୂଆଦିଲ୍ଲୀ : ହାଇଦ୍ରାବାଦ ପୋଲିସକୁ ବଡ଼ ସଫଳତା ମିଳିଛି। ମହାରାଷ୍ଟ୍ର ପୋଲିସ ସହାୟତାରେ ୭ ଜଣ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୨.୮୯ କୋଟି ଟଙ୍କା ଓ ୩୫୦ ଗ୍ରାମ ସୁନା ଅଳଙ୍କାର ସମେତ ଏକ ଚାରିଚକିଆ ଗାଡ଼ି ଜବତ କରାଯାଇଛି।

ଗିରଫ ହୋଇଥିବା ଡକାୟତମାନେ ହେଲେ ଭୋସଲେ ବିଶ୍ୱଜିତ ଚନ୍ଦ୍ରକାନ୍ତ, ମୟୁରେଶ ମନୋହର ପିସାଇ, ସୁଜାତା ରମେଶ ଘରେ, ଆକାଶ କୁମ୍ବଲେ, ସନି ଚୌହାନ, ଆକାଶଦୀପ ରାଠୋର ଓ ସୁନୀତା ଚନ୍ଦ୍ରକାନ୍ତ ଭୋସଲେ । ଏମାନେ ସମସ୍ତେ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାଯାଇଛି। ଏହି ଡକାୟତ ଗ୍ୟାଙ୍ଗ ଗତ ଜୁନ ମାସରେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରୁ ଟଙ୍କା ଲୁଟ କରିଥିବାର ଅଭିଯୋଗ ଆସିଥିଲା ।

ମତାମତ ଦିଅନ୍ତୁ ।