ଧରାପଡ଼ିଲେ ୪ଜଣ ନକଲି ଶିକ୍ଷକ

ଭୁବନେଶ୍ଵର : ଗଂଜାମ ଜିଲ୍ଲାରେ ଧରାପଡିଲେ ୪ ନକଲି ଶିକ୍ଷକ। ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନକଲି ଶିକ୍ଷକ ହେଲେ ପ୍ରଜ୍ଞା କୁମାରୀ ଗୌଡ଼, ସନ୍ତୋଷ ନାହାକ, ଅମରେଶ ପଣ୍ଡା ଓ ନାରାୟଣ ବେହେରା। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳିର ଧରାକୋଟ ବ୍ଲକର ଏହି ୪ ଶିକ୍ଷକ ଜାଲ୍ ଶିକ୍ଷାଗତ ସାର୍ଟିଫିକେଟ୍ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।