ଧଳା ନାଗସାପ ଉଦ୍ଧାର

ନୂଆଦିଲ୍ଲୀ : ତାମିଲନାଡୁର ରିହାୟସି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଧଳା ରଙ୍ଗର ନାଗ ସାପ। ଏହି ସାପର ଲମ୍ବ ୩ଫୁଟ ବୋଲି କୁହାଯାଉଛି। ସାପକୁ ଉଦ୍ଧାର କରିବା ପରେ ସୁରକ୍ଷିତ ଭାବେ ମଦୁକ୍କରଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଧଳା ରଙ୍ଗର ନାଗ ସାପକୁ ଦୁଲର୍ଭ ବୋଲି କୁହାଯାଉଛି। ଏହାର ଲମ୍ବ ୬ରୁ ୭ ଫୁଟ ପର୍ଯ୍ୟନ୍ତ ହୋଇପାରେ। ଭାରତରେ ଏହି ପ୍ରଜାତିର ସାପ କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗର ସୁନ୍ଦରବନ ନ୍ୟାସନାଲ୍‌ ପାର୍କ ଓ ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଥାଏ।

ମତାମତ ଦିଅନ୍ତୁ ।