ଧାରା ‘୩୫-ଏ’ରେ ଯିଏ ହାତ ମାରିବ ପୋଡି ପାଉଁଶ ହୋଇଯିବ : ମେହବୁବା

ନୂଆଦିଲ୍ଲୀ : ପିଡିପି ନେତା ଏବଂ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁପ୍ତୀ ଧାରା ୩୫ଏ କୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ମୁପ୍ତୀ କହିଛନ୍ତି କି, ଧାରା ୩୫ଏରେ ହସ୍ତକ୍ଷେପ କରିବାର ଅର୍ଥ ହେଉଛି ବାରୁଦରେ ହାତ ମାରିବା । ଏଥିରେ ଯିଏ ହାତ ଦେବ ସେ ଜଳି ପାଉଁଶ ହୋଇଯିବ । ଏହା ପୂର୍ବରୁ ଘାଟିରେ ଅତିରିକ୍ତ ସୁରକ୍ଷାବାହିନୀ ନିୟୋଜିତ ନେଇ ମୁପ୍ତୀ ପ୍ରତିକ୍ରିୟା ରଖିଥିଲେ ଏବଂ କହିଥିଲେ କି, ଘାଟିରେ ଭୟ ସୃଷ୍ଟି କରାଇବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । 

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲ ଅଚାନକ ଘାଟି ପରିଦର୍ଶନ କରିବାକୁ ବୁଧବାର ଦିନ ଶ୍ରୀନଗରରେ ପହଁଚିଥିଲେ । ସେଠାରେ ସେ ସୁରକ୍ଷାବାହିନୀ ଏବଂ ଗୁଇନ୍ଦା ବିଭାଗ ସହ ଅଲଗା ଅଲଗା ବୈଠକ କରିଥିଲେ । ତେବେ ମୁପ୍ତୀ ଅମରନାଥ ଯାତ୍ରାରେ ଯାତ୍ରୀଙ୍କ କଡା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବିରୋଧ କରିଛନ୍ତି । 

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁପ୍ତୀ ଜୁଲାଇ ୨୬ରେ ଟ୍ୱିଟ୍ କରିଥିଲେ ଯେ, କେନ୍ଦ୍ର ଘାଟିରେ ୧୦୦୦ ସୈନିକ ନିୟୋଜିତ କରିବାକୁ ନିର୍ଣ୍ଣୟ ନେଇଛି । ଏହା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି । କାଶ୍ମୀରରେ ସୁରକ୍ଷାବାହିନୀର କୋଣସୀ ଆବଶ୍ୟକତା ନାହିଁ । ଜମ୍ମୁ କାଶ୍ମୀର ମାମଲା ରାଜନୈତିକ । ଏଥିରେ ସୁରକ୍ଷାବାହିନୀର କୌଣସୀ ଆବଶ୍ୟକତା ନାହିଁ । ସରକାରଙ୍କୁ ଏହି ବିଷୟରେ ପୁଣି ଥରେ ଚିନ୍ତା କରିବା ଆବଶ୍ୟକ । ଜମ୍ମୁ କାଶ୍ମୀରରେ ଧାରା ୩୫ଏ  ରାଜ୍ୟର ବିଧାୟିକାଙ୍କୁ ସ୍ୱତନ୍ତ୍ର ଶକ୍ତି ପ୍ରଦାନ କରିଥାଏ । ସ୍ଥାୟୀ ନିବାସୀଙ୍କୁ ବିଶେଷ ଅଧିକାର ପ୍ରଦାନ କରିଥାଏ । 

ମତାମତ ଦିଅନ୍ତୁ ।