ଧୋକ୍କା ଦେବାରୁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଭୁବନେଶ୍ଵର : ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କାଦେଇ ଫେରାର ହୋଇଯାଇଥିବା ପ୍ରେମିକ ଘର ଆଗରେ ପ୍ରେମିକା ଧାରଣାରେ ବସିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଟଙ୍କାଛାଇ ଗାଁରେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଟଙ୍କାଛାଇ ଗ୍ରାମର ଜଣେ ଯୁବକ ସେହି ଗାଁର ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥଲେ। ଉଭୟେ ଅନେକ ଦିନ ହେଲା ଏକାଠି ରହୁଥିଲେ। ହେଲେ ଯୁବକ ଜଣକ ମହିଳାଙ୍କୁ ଧୋକା ଦେଇ କିଛିଦିନ ହେଲା ଗାଁରୁ ଫେରାର ହୋଇଯାଇଛି। ପ୍ରେମିକ ଫେରାର ପରେ ମହିଳା ଜଣଙ୍କ ତାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ଏପରିକି ନ୍ୟାୟ ପାଇବା ଦାବିରେ ଯୁବକଙ୍କ ଘର ବାହାର ବାରଣ୍ଡାରେ ତିନିଦିନ କଟାଇ ସାରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।